ରକ୍ଷା କ୍ଷେତ୍ର
ଭାରତଠୁ ବ୍ରହ୍ମୋସ ମିସାଇଲ୍ କିଣିବ ରୁଷ୍!
26-1-2024
ମସ୍କୋ : ରୁଷକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବିକିବ ଭାରତ । ଏବେ ଏହିପରି ଚର୍ଚ୍ଚା ବଢ଼ିଛି । ରୁଷ୍ ଏବେ ୟୁକ୍ରେନ ସହ ପ୍ରାୟ ଦୁଇବର୍ଷ ହେଲା ଯୁଦ୍ଧ ଲଢ଼ୁଛି । ଏହାପାଖରେ ଥିବା କ୍ଷେପଣାସ୍ତ୍ର ସରସରି ଆସିଲାଣି । ତେଣୁ ରୁଷକୁ ମଧ୍ୟ କ୍ଷେପଣାସ୍ତ୍ରର ଆବଶ୍ୟକତ ରହିଛି । ବ୍ରହ୍ମୋସ୍ ଏରୋସ୍ପେଶର ସିଇଓ ଅତୁଲ ଦିନକର ରାଣେ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ବ୍ରହ୍ମୋସ୍ ବିକ୍ରି ପାଇଁ ରୁଷ ଏକ ସମ୍ଭାବ୍ୟ ବଜାର । ଯଦି ରୁଷ୍ ପାଖରେ ଏବେ ବ୍ରହ୍ମୋସ୍ ଥାନ୍ତା,ଏହା ଖୁବ୍ ସହାୟକ ହୋଇଥାନ୍ତି । ଆଗକୁ ବ୍ରହ୍ମୋସ୍ ପାଇଁ ରୁଷ୍ ପାଖରୁ ଅର୍ଡର ଆସିପାରେ ବୋଲି ମଧ୍ୟ ବ୍ରହ୍ମୋସ୍ ଏରୋସ୍ପେଶ୍ ସିଇଓ କହିଛନ୍ତି । ତେବେ ଏଥିପାଇଁ ଉଭୟ ପକ୍ଷ ମଧରେ ଆଲୋଚନା ହୋଇଛି କି ନାହିଁ, ସେ ନେଇ କିଛି କହି ନାହାନ୍ତି । ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଭାରତ ଓ ରୁଷ୍ ମିଶି ତିଆରି କରିଛନ୍ତି । ଏଥିପାଇଁ ଉଭୟ ଦେଶର ପ୍ରଯୁକ୍ତି ମଧ୍ୟ ଲାଗିଛି । ଏବେ ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ରୁଷକୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ କଡ଼ା ସମାଲୋଚନା କରୁଛନ୍ତି । ହେଲେ ଭାରତ ତାର ମିତ୍ର ରାଷ୍ଟ୍ରକୁ ସମାଲୋଚନା କରି ନାହିଁ, ବରଂ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଛି ।
ବ୍ରହ୍ମୋସ, ଆକାଶ, ତେଜସର ବିଦେଶରେ ବଢୁଛି ଚାହିଦା
24-12-23
ନୂଆଦିଲ୍ଲୀ: ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିବା ପରେ ଭାରତ ରକ୍ଷା କ୍ଷେତ୍ରରେ କେବଳ ଆତ୍ମନିର୍ଭର ହେବା ଆଡକୁ ବଢୁ ନାହିଁ ବରଂ ବୈଶ୍ୱିକ ରକ୍ଷା ରପ୍ତାନୀରେ ଏକ ପ୍ରମୁଖ ଦେଶ ହୋଇଛି । ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆର ବିସ୍ତାର କରିବା ସହ ରକ୍ଷା ରପ୍ତାନୀ ଆଜି ଯାଏର ସର୍ବୋଚ୍ଚ ସ୍ତର ଛୁଇଁଛି । ଆର୍ôଥକ ବର୍ଷ ୨୦୨୨- ୨୩ରେ ରକ୍ଷା ରପ୍ତାନୀ ପ୍ରାୟ ୧୬,୦୦୦ କୋଟି ଟଙ୍କ ହୋଇଛି । ମନ୍ତ୍ରାଳୟ ଅନୁସାରେ, ଦେଶର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀରେ ୨୩ ଗୁଣା ବୃଦ୍ଧି ରେକର୍ଡ କରାଯାଇଛି । ପ୍ରତିରକ୍ଷା ଉପକରଣରେ ଭାରତୀୟ ଡିଜାଇନ୍ ଓ ବିକାଶ କ୍ଷମତା ଏବେ ୮୫ରୁ ଅଧିକ ଦେଶରେ ପହଞ୍ଚିଛି । ଏହାସହ ପ୍ରତିରକ୍ଷା ମନ୍ତ୍ରାଳୟ ସେହି ସବୁ ହତିଆରର ଖୁଲାସା କରିଛି, ଯାହାର ଚାହିଦା ସବୁଠୁ ଅଧିକ ରହିଛି । ଏଥିରେ ବ୍ରୋହ୍ମାସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍, ଓ ଆକାଶ ମିସାଇଲ୍ ରକ୍ଷା ପ୍ରଣାଳୀ ମଧ୍ୟ ସାମିଲ ଅଛି । ଏହାବ୍ୟତୀତ ତେଜସ୍ ବିମାନ, ପିନାକା ରକେଟ୍ ଲଞ୍ଚର ଏବଂ ୧୫୫ ମିମି ଆଡ୍ଭାନ୍ସଡ୍ ଟୋଡ୍ ଆର୍ଟିଲରୀ ଗନ୍ ସାମିଲ ରହିଛି । ମନ୍ତ୍ରାଳୟ କହିଛି ଯେ, ଭାରତରେ ନିର୍ମିତ ହାଲୁକା ଜେଟ୍ ଲଢୁଆ ବିମାନ ତେଜସ୍ର ଚାହିଦା ଦ୍ରୁତଗତିରେ ବଢିବାରେ ଲାଗିଛି । ଅନେକ ଦକ୍ଷତା ଥିବା ଏହି ଯୁଦ୍ଧ ବିମାନକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ଦ୍ୱାରା ବିକାଶିତ କରାଯାଇଛି । ତେଜସ୍ ବ୍ୟତୀତ ଲାଇଟ୍ କମ୍ୱାକ୍ଟ ହେଲିକପ୍ଟର, ଏୟାରକ୍ରାଫ୍ଟ କ୍ୟାରିୟର ମଧ୍ୟ ବିଦେଶରେ ଚାହିଦାରେ ରହିଛି । ଭାରତୀୟ ହତିଆରର ଚାହିଦା ସବୁଠୁ ଅଧିକ ଲାଟିନ୍ ଆମେରିକୀୟ ଦେଶ, ଆଫ୍ରିକୀୟ ଦେଶ ଓ ଦକ୍ଷିଣ-ପୂର୍ବ ଏସୀୟ ଦେଶରେ ରହିଛି ।
Comments
Post a Comment